ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଇନଫୋଭେଲି-ll, ଖୋର୍ଦ୍ଧାଠାରେ ‘ୱେ-ଟ୍ରାକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅତ୍ୟାଧୁନିକ ମାନୁଫାକ୍ଚରିଙ୍ଗ୍ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି।
18 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଇନଫୋଭେଲି-ll, ଖୋର୍ଦ୍ଧାଠାରେ ‘ୱେ-ଟ୍ରାକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅତ୍ୟାଧୁନିକ ମାନୁଫାକ୍ଚରିଙ୍ଗ୍ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି।

ରାଜ୍ୟରେ ସୁଦୃଢ଼ ହେଉଛି ଶିଳ୍ପ ଭିତ୍ତିଭୂମି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଇନଫୋଭେଲି-ll, ଖୋର୍ଦ୍ଧାଠାରେ ‘ୱେ-ଟ୍ରାକ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଅତ୍ୟାଧୁନିକ ମାନୁଫାକ୍ଚରିଙ୍ଗ୍ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ମାଟିରୁ ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡ୍ ଆଜି ସ୍ମାର୍ଟ ଇନଫ୍ରାଷ୍ଟ୍ରକ୍ଚର ଓ AI କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି।
ୱେ-ଟ୍ରାକ୍‌ ଇଣ୍ଡିଆ ଭାରତର ଚତୁର୍ଥ ସର୍ବବୃହତ୍‌ ୱେ-ବ୍ରିଜ୍‌ ଉତ୍ପାଦକ ଭାବେ ପରିଚୟ ସୃଷ୍ଟି କରିବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ। AI, ସେମିକଣ୍ଡକ୍ଟର, ଟେକ୍ସଟାଇଲ ଓ ଫାର୍ମାସିଉଟିକାଲ ଭଳି 'New Economy' କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ ୨.୮୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଂ ହୋଇଛି, ଏହା ଆଗାମୀ ଦିନରେ ଦୁଇ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ସମସ୍ତ ପଦକ୍ଷେପ ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ସହ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |