୧. ସ୍ୱତ୍ତ୍ୱାଧିକାର ନୀତି

ଏହି ୱେବସାଇଟ୍‌ରେ ଉପଲବ୍ଧ ବିଷୟବସ୍ତୁକୁ ଆମକୁ ଏକ ମେଲ୍ ପଠାଇ ଉପଯୁକ୍ତ ଅନୁମତି ନେବା ପରେ ମାଗଣାରେ ପୁନର୍ବାର ବ୍ୟବହାର ବା ପ୍ରକାଶିତ କରାଯାଇପାରିବ । ତେବେ, ଏହି ବିଷୟବସ୍ତୁକୁ ସଠିକ୍ ଭାବେ ଉଦ୍ଧାର କରିବାକୁ ହେବ ଏବଂ ଏହାକୁ କୌଣସି ଅପମାନଜନକ ଢଙ୍ଗ ବା ବିଭ୍ରାନ୍ତିକର ସନ୍ଦର୍ଭରେ ବ୍ୟବହାର କରାଯାଇପାରିବ ନାହିଁ । ଏହି ସାମଗ୍ରୀ ଯେଉଁଠାରେ ବି ପ୍ରକାଶିତ କିମ୍ବା ଅନ୍ୟମାନଙ୍କୁ ପ୍ରଦାନ କରାଯିବ, ସେଠାରେ ଏହାର ମୂଳ ଉତ୍ସ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଅନିବାର୍ଯ୍ୟ । ତେବେ, ଏହି ସାମଗ୍ରୀର ପୁନର୍ବ୍ୟବହାର ପାଇଁ ମିଳିଥିବା ଅନୁମତି କୌଣସି ତୃତୀୟ ପକ୍ଷର ସ୍ୱତ୍ତ୍ୱାଧିକାର ଥିବା ବିଷୟବସ୍ତୁ ସହ ସମ୍ପର୍କିତ ହେବ ନାହିଁ । ସେଭଳି ସାମଗ୍ରୀର ପୁନର୍ବାର ବ୍ୟବହାର ପାଇଁ ସମ୍ବନ୍ଧିତ ବିଭାଗ କିମ୍ବା କପିରାଇଟ୍ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ହେବ । ଏହି ସମସ୍ତ ସର୍ତ୍ତାବଳୀ ଭାରତୀୟ ଆଇନର ଅଧୀନ ଏବଂ ତଦନୁଯାୟୀ ସେଗୁଡ଼ିକର ବ୍ୟାଖ୍ୟା କରାଯିବ । ଏହି ସର୍ତ୍ତାବଳୀକୁ ଭିତ୍ତିକରି ଦେଖାଦେବା ଯେକୌଣସି ବିବାଦ କେବଳ ଭାରତୀୟ ଅଦାଲତର ବିଶେଷ କ୍ଷେତ୍ରାଧିକାରର ଅନ୍ତର୍ଗତ ହେବ ।

୨. ହାଇପରଲିଙ୍କିଂ ନୀତି

ବାହ୍ୟ ୱେବସାଇଟ୍/ପୋର୍ଟାଲ୍ ଗୁଡ଼ିକର ଲିଙ୍କ୍: websites/portals

ଏହି ୱେବସାଇଟ୍‌ର ଅନେକ ସ୍ଥାନରେ ଆପଣ ଅନ୍ୟ ୱେବସାଇଟ୍/ପୋର୍ଟାଲ୍ ଗୁଡ଼ିକର ଲିଙ୍କ୍ ପାଇପାରିବେ । ଆପଣଙ୍କ ସୁବିଧା ପାଇଁ ଏହି ଲିଙ୍କ୍‍ଗୁଡ଼ିକୁ ଦିଆଯାଇଛି । ଲିଙ୍କ ଦିଆଯାଇଥିବା ୱେବସାଇଟ୍‍ଗୁଡ଼ିକର ବିଷୟବସ୍ତୁ ଏବଂ ନିର୍ଭରଯୋଗ୍ୟତା ପାଇଁ ବିଭାଗ ଦାୟୀ ନୁହେଁ କିମ୍ୱା ସେଗୁଡ଼ିକରେ ପ୍ରକାଶିତ ମତାମତକୁ ସମର୍ଥନ କରିବା ନିହାତି ଆବଶ୍ୟକ ନୁହେଁ । ଏହି ୱେବସାଇଟ୍‌ରେ କୌଣସି ଲିଙ୍କ୍‌ର କେବଳ ଉପସ୍ଥିତି ବା ସେଗୁଡ଼ିକ ତାଲିକାଭୁକ୍ତ ହେବାକୁ କୌଣସି ପ୍ରକାରର ସମର୍ଥନ ବୋଲି ଧରିନେବା ଉଚିତ ନୁହେଁ । ଏହି ଲିଙ୍କ୍‍ଗୁଡ଼ିକ ସବୁ ସମୟରେ କାମ କରିବ ବୋଲି ଆମେ ଗ୍ୟାରେଣ୍ଟି ଦେଇପାରିବୁ ନାହିଁ ଏବଂ ସେହି ସଂଯୁକ୍ତ ପୃଷ୍ଠାଗୁଡ଼ିକର ଉପଲବ୍ଧତା ଉପରେ ମଧ୍ୟ ଆମର କୌଣସି ନିୟନ୍ତ୍ରଣ ନାହିଁ ।

ଅନ୍ୟ ୱେବସାଇଟ୍‍ଦ୍ୱାରା ଆମ ୱେବସାଇଟ୍‌କୁ ଲିଙ୍କ୍ ପ୍ରଦାନ

ଏହି ୱେବସାଇଟ୍‌ରେ ଉପଲବ୍ଧ ଥିବା ସୂଚନା ସହିତ ଆପଣ ସିଧାସଳଖ ବାହ୍ୟ ଓ୍ୱେବ୍‍ସାଇଟର ଲିଙ୍କ୍ ଯୋଡ଼ିବା ଉପରେ ଆମର କୌଣସି ଆପତ୍ତି ନାହିଁ ବା ଏଥିପାଇଁ କୌଣସି ପୂର୍ବ ଅନୁମତିର ଆବଶ୍ୟକତା ନାହିଁ । ତେବେ, ଆମେ ଚାହୁଁ ଯେ ଆପଣ ଆମ ୱେବସାଇଟ୍‌ ପାଇଁ ପ୍ରଦାନ କରିଥିବା ଯେକୌଣସି ବାହ୍ୟ ଲିଙ୍କ୍ ବିଷୟରେ ଆମକୁ ଅବଗତ କରାନ୍ତୁ, ଯଦ୍ଦ୍ୱାରା ସେଥିରେ ଘଟିଥିବା କୌଣସି ପରିବର୍ତ୍ତନ କିମ୍ବା ଅପଡେଟ୍ ବିଷୟରେ ଆପଣଙ୍କୁ ଜଣାଇ ଦିଆଯାଇପାରିବ । ଏହାସହ, ଆମ ୱେବସାଇଟ୍‌ର ପୃଷ୍ଠାଗୁଡ଼ିକୁ ଆପଣଙ୍କ ସାଇଟ୍‌ର ଫ୍ରେମ୍ ଭିତରେ ଲୋଡ୍ କରିବାକୁ ଆମେ ଅନୁମତି ଦେଉନାହୁଁ । ଏହି ୱେବସାଇଟ୍‌ର ପୃଷ୍ଠାଗୁଡ଼ିକ ବ୍ୟବହାରକାରୀଙ୍କ ବ୍ରାଉଜର୍‌ରେ ଏକ ନୂଆ ୱିଣ୍ଡୋ ଭାବରେ ହିଁ ଖୋଲିବା ଆବଶ୍ୟକ ।

୩. ଗୋପନୀୟତା ନୀତି

ଏହି ୱେବସାଇଟ୍ ଛାଏଁ ଛାଏଁ ଆପଣଙ୍କର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ସୂଚନା (ଯେପରିକି ନାମ, ଫୋନ୍ ନମ୍ବର କିମ୍ବା ଇ-ମେଲ୍ ଠିକଣା) ସଂଗ୍ରହ କରେ ନାହିଁ, ଯାହାଦ୍ୱାରା ଆମେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କରିପାରିବୁ । ଯେଉଁଠାରେ ବି ଏହି ୱେବସାଇଟ୍ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ପ୍ରଦାନ ପାଇଁ ଅନୁରୋଧ କରିବ, ସେଠାରେ ସେହି ସୂଚନା କେଉଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଉଛି ସେ ବିଷୟରେ ଆପଣଙ୍କୁ ଅବଗତ କରାଯିବ ଏବଂ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଆମେ ଏହି ୱେବସାଇଟ୍‌ରେ ସ୍ୱେଚ୍ଛାକୃତ ଭାବେ ଦିଆଯାଇଥିବା କୌଣସି ବି ବ୍ୟକ୍ତିଗତ ତଥା ଚିହ୍ନାଯିବା ଭଳି କୌଣସି ସୂଚନାକୁ କୌଣସି ତୃତୀୟ ପକ୍ଷକୁ (ସରକାରୀ/ବେସରକାରୀ) ବିକ୍ରୟ ବା ସେୟାର୍ କରୁନାହୁଁ । ଏହି ୱେବସାଇଟ୍‌କୁ ପ୍ରଦାନ କରାଯାଇଥିବା କୌଣସି ସୂଚନାକୁ ସୁରକ୍ଷିତ ରଖାଯିବ ଏବଂ ତାହା ହଜିଯିବା, ତା’ର ଅପବ୍ୟବହାର, ସେଥିରେ ଅନଧିକୃତ ପ୍ରବେଶ କିମ୍ବା ତାହାର ପ୍ରକାଶ, ପରିବର୍ତ୍ତନ କିମ୍ବା ନଷ୍ଟ ହେବାକୁ ଦିଆଯିବ ନାହିଁ । ଆମେ ବ୍ୟବହାରକାରୀଙ୍କ ବିଷୟରେ କିଛି ନିର୍ଦ୍ଦିଷ୍ଟ ସୂଚନା ସଂଗ୍ରହ କରିଥାଉ, ଯଥା- ଇଣ୍ଟରନେଟ୍ ପ୍ରୋଟୋକଲ୍ ଆଡ୍ରେସ୍, ଡୋମେନ୍ ନାମ, ବ୍ରାଉଜର୍‍ର ପ୍ରକାର, ଅପରେଟିଂ ସିଷ୍ଟମ୍, ୱେବସାଇଟ୍ ପରିଦର୍ଶନର ତାରିଖ ଓ ସମୟ ଏବଂ ପରିଦର୍ଶନ କରାଯାଇଥିବା ପୃଷ୍ଠାଗୁଡ଼ିକ । ଆମେ ଏହି ଆଡ୍ରେସ୍‍ଗୁଡ଼ିକୁ ଆମ ସାଇଟ୍ ପରିଦର୍ଶନ କରୁଥିବା ବ୍ୟକ୍ତିମାନଙ୍କ ପରିଚୟ ସହିତ ଯୋଡ଼ିବାକୁ କୌଣସି ଚେଷ୍ଟା କରୁନାହୁଁ, ଯେପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ ସାଇଟ୍‌କୁ କ୍ଷତି ପହଞ୍ଚାଇବାର କୌଣସି ଉଦ୍ୟମ ଆମ ଦୃଷ୍ଟିକୁ ଆସିନାହିଁ ।

ସର୍ତ୍ତାବଳୀ

ଏହି ୱେବସାଇଟ୍‌ଟି ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରଦ୍ୱାରା ପ୍ରସ୍ତୁତ ଏବଂ ହୋଷ୍ଟିଂ କରାଯାଇଛି । ୱେବସାଇଟ୍‌ର ବିଷୟବସ୍ତୁ ଓଡ଼ିଶା ରାଜ୍ୟ ପୋର୍ଟାଲ୍‍ଦ୍ୱାରା ପ୍ରଦାନ କରାଯାଇଛି । ଏହି ୱେବସାଇଟ୍‌ରେ ଥିବା ବିଷୟବସ୍ତୁର ସଠିକତା ଏବଂ ପ୍ରାସଙ୍ଗିକତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହାକୁ ଆଇନଗତ ବିବରଣୀ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ କିମ୍ବା କୌଣସି ଆଇନଗତ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯିବା ଉଚିତ ନୁହେଁ । କୌଣସି ଅସ୍ପଷ୍ଟତା କିମ୍ବା ସନ୍ଦେହ ଜାତ ହେଲେ ବ୍ୟବହାରକାରୀଙ୍କୁ ସଚିବାଳୟ କିମ୍ବା ଅନ୍ୟାନ୍ୟ ମୂଳ ଉତ୍ସ ସହିତ ଯାଞ୍ଚ କରି ତାହା ନିଶ୍ଚିତ କରିବାକୁ ହେବ । ଏଥିଲାଗି ଉପଯୁକ୍ତ ପେଶାଗତ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଉଛି । ଏହି ୱେବସାଇଟ୍‌ର ବ୍ୟବହାର କିମ୍ବା ଡାଟାର ବ୍ୟବହାର ହେତୁ ସୃଷ୍ଟି ହେଉଥିବା ଯେକୌଣସି ଖର୍ଚ୍ଚ, କ୍ଷତି କିମ୍ବା ଅସୁବିଧା, ଯେଉଁଥିରେ ବିନା ସୀମାରେ ପରୋକ୍ଷ କିମ୍ବା ପରିଣାମ ସ୍ୱରୂପ ହେଉଥିବା କ୍ଷତି ଅନ୍ତର୍ଭୁକ୍ତ, ସେଥିପାଇଁ ଏହି ସଚିବାଳୟ କୌଣସି ପରିସ୍ଥିତିରେ ବି ଦାୟୀ ରହିବ ନାହିଁ । ଏହି ସମସ୍ତ ସର୍ତ୍ତାବଳୀ ଭାରତୀୟ ଆଇନର ଅଧୀନ ଏବଂ ତଦନୁଯାୟୀ ଏଗୁଡ଼ିକର ବ୍ୟାଖ୍ୟା କରାଯିବ । ଏହି ସର୍ତ୍ତାବଳୀକୁ ଭିତ୍ତିକରି ଦେଖାଦେବା ଯେକୌଣସି ବିବାଦ ଭାରତୀୟ ଅଦାଲତର କ୍ଷେତ୍ରାଧିକାରଭୁକ୍ତ ହେବ । ଓଡ଼ିଶା ରାଜ୍ୟ ପୋର୍ଟାଲ୍‍ର ବିଷୟବସ୍ତୁକୁ କୌଣସି ବି ତୃତୀୟ ପକ୍ଷର ୱେବସାଇଟ୍ କୌଣସି ବି ଆକାର କିମ୍ବା ଶୈଳୀରେ ପ୍ରଦର୍ଶିତ କରୁଥିଲେ ସେଥିପାଇଁ ରାଜ୍ୟ ପୋର୍ଟାଲ ଦାୟୀ ରହିବ ନାହିଁ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧