ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।
13 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଏବଂ ଶିକ୍ଷା ଭିତ୍ତିଭୂମିର ବିକାଶକୁ ଗୁରୁତ୍ବ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି। 
ବିଦ୍ୟାଳୟର ବହୁବିଧ ଉନ୍ନତିକରଣରେ ଏହି ଅର୍ଥ ଖର୍ଚ୍ଚ ହେବ:- 
✅ ୫୦୦ ସିଟ୍ କ୍ଷମତା ବିଶିଷ୍ଟ ଅଡିଟୋରିୟମ, ବହୁ ମହଲା ବିଶିଷ୍ଟ ବିଲଡିଂ, ଇଣ୍ଡୋର ଗେମ୍ ସୁବିଧା, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ସମେତ ବିଭିନ୍ନ ଆବଶ୍ୟକୀୟ ସୁବିଧା କରାଯିବ 
✅ଅଧିକ ଅର୍ଥର ଆବଶ୍ୟକତା ହେଲେ ମଧ୍ୟ ବିଦ୍ୟାଳୟ ପାଇଁ ଅର୍ଥ ପ୍ରଦାନ କରାଯିବ 
ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟମାନଙ୍କ ମଧ୍ୟରେ ଝୁମ୍ପୁରା ହାଇସ୍କୁଲ ସ୍ଥାନ ପାଇବ। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସମସ୍ତ ଆନୁସଙ୍ଗିକ କ୍ଷେତ୍ରରେ ଆମ ସ୍କୁଲ ହେବ ନମ୍ବର ୱାନ। କେବଳ ଅଧିକ ନମ୍ବର ରଖିଲେ ଯେ ଜୀବନରେ ସଫଳତା ମିଳିବ ତାହା ନୁହେଁ, ବରଂ ସଫଳ ହେବା ପାଇଁ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ କହିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |