'ଆନନ୍ଦପୁର ମହୋତ୍ସବ'ର ଉଦ୍‍ଯାପନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି।
13 Apr, 2026

'ଆନନ୍ଦପୁର ମହୋତ୍ସବ'ର ଉଦ୍‍ଯାପନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ମୁଖ୍ୟ ନଗର ଓ ଏହା ପ୍ରାଚୀନ କାଳରୁ  ଏକ ପ୍ରସିଦ୍ଧ ନଗରୀ ଭାବେ ଖ୍ୟାତି ଲାଭ କରିଛି। ଓଡ଼ିଶାର ଧର୍ମ ପରମ୍ପରାରେ ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି ବୋଲି 'ଆନନ୍ଦପୁର ମହୋତ୍ସବ'ର ଉଦ୍‍ଯାପନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 
ଏହି ମହୋତ୍ସବ ଅବସରରେ ଆନନ୍ଦପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ  ମୁଖ୍ୟମନ୍ତ୍ରୀଙ୍କ କରକମଳରେ ୨୬୭ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗରେ ୪୧ ଗୋଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୪ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୪ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି।
କେନ୍ଦୁଝର-ବଡବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ଶକ୍ତିଶାଳୀ ଅର୍ଥନୈତିକ କରିଡର୍ ଭାବେ ବିକଶିତ କରାଯିବ। ଖୁବ୍ ଶୀଘ୍ର ଆନନ୍ଦପୁରରେ ଇଣ୍ଡୋର ଷ୍ଟାଡିୟମ୍ ଓ ଫୁଟବଲ ଷ୍ଟାଡିୟମ୍ ହେବ। ଏହି ଷ୍ଟାଡିୟମ୍ ନିର୍ମାଣରେ ଯାହା ବି ଅର୍ଥ ଆବଶ୍ୟକ ହେବ ସେ ସମସ୍ତ ଖର୍ଚ୍ଚ  ସରକାର ବହନ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |