କେନ୍ଦୁଝରର ସମୃଦ୍ଧି ପାଇଁ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟାର ନୂତନ ଯୁଗ
14 Feb, 2026

କେନ୍ଦୁଝରର ସମୃଦ୍ଧି ପାଇଁ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟାର ନୂତନ ଯୁଗ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଦୁଇଟି ବୃହତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦୁଝରର ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଏହାକୁ ଏକ 'ସୁନାର କେନ୍ଦୁଝର' ଭାବେ ଗଢ଼ି ତୋଳିବା ସହ ଓଡ଼ିଶାକୁ ଟେକ୍ସଟାଇଲ୍ କ୍ଷେତ୍ରରେ ଏକ 'ପାୱାର ହାଉସ୍' କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ପ୍ରକଳ୍ପର ପ୍ରମୁଖ ବିଶେଷତ୍ୱ :-
✅ ବଳଭଦ୍ରପୁରଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଟେକ୍ସଟାଇଲ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ, ୧୨୦୦ ନିଯୁକ୍ତି ସମ୍ଭାବନା
✅ କେନ୍ଦୁଝରରେ ପ୍ରସ୍ତୁତ ବିଶ୍ୱସ୍ତରୀୟ ବ୍ରାଣ୍ଡର ପୋଷାକ ଏବେ ସାରା ବିଶ୍ୱକୁ ରପ୍ତାନୀ ହେବ
✅ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୮୭ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ଡିଜାଷ୍ଟର୍ ରିକଭରି ଡାଟା ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ 
✅ ରାଜ୍ୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟର ସୁରକ୍ଷା ପାଇଁ ଏଠାରେ ଏକ ଅତ୍ୟାଧୁନିକ 'ବ୍ୟାକ-ଅପ ସିଷ୍ଟମ' କାର୍ଯ୍ୟ କରିବ
"ଓଡ଼ିଶାର ପ୍ରତ୍ଯେକଟି ଜିଲ୍ଲାକୁ ସମୃଦ୍ଧ କରିବା  ପାଇଁ ମୋର ପ୍ରୟାସ ଜାରି ରହିଛି, କାରଣ ଜିଲ୍ଲାମାନଙ୍କର ସମୃଦ୍ଧିରେ ସମୃଦ୍ଧ ଓଡ଼ିଶା ସମ୍ଭବ ହେବ ଏବଂ ଦେଶର ପ୍ରତ୍ଯେକ ସମୃଦ୍ଧ ରାଜ୍ୟର ସମାହାରରେ ଗଠିତ ହେବ ମାନନୀୟ ମୋଦୀ ଜୀଙ୍କ ପରିକଳ୍ପିତ ବିକଶିତ ଭାରତ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |