• ଦିଲ୍ଲୀ-ଏନ୍‌ସିଆର୍‌ରେ ଓଡ଼ିଶାର ଶିଳ୍ପ ପ୍ରସାର ଅଭିଯାନକୁ ଐତିହାସିକ ସଫଳତା: ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ, ୫୪,୧୩୫ ନିଯୁକ୍ତି ସୁଯୋଗ
  • ଦିଲ୍ଲୀ-ଏନ୍‌ସିଆର୍‌ରେ ଓଡ଼ିଶାର ଶିଳ୍ପ ପ୍ରସାର ଅଭିଯାନକୁ ଐତିହାସିକ ସଫଳତା: ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ, ୫୪,୧୩୫ ନିଯୁକ୍ତି ସୁଯୋଗ
08 Aug, 2026

ଦିଲ୍ଲୀ-ଏନ୍‌ସିଆର୍‌ରେ ଓଡ଼ିଶାର ଶିଳ୍ପ ପ୍ରସାର ଅଭିଯାନକୁ ଐତିହାସିକ ସଫଳତା: ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ, ୫୪,୧୩୫ ନିଯୁକ୍ତି ସୁଯୋଗ

ଓଡ଼ିଶା ପାଇଁ ଐତିହାସିକ ମାଇଲଖୁଣ୍ଟ: ଦିଲ୍ଲୀ-ଏନ୍‌ସିଆର୍‌ରେ ଶିଳ୍ପ ପ୍ରସାର ଅଭିଯାନର ଐତିହାସିକ ସଫଳତା, ବୃହତ୍‌ ନିବେଶ ସହ ୫୪,୧୩୫ ନିଯୁକ୍ତି ସୁଯୋଗ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦିଲ୍ଲୀ-ଏନ୍‌ସିଆର୍‌ରେ ଓଡ଼ିଶାର ଦୁଇଦିନିଆ ଶିଳ୍ପ ପ୍ରସାର ଅଭିଯାନ ଐତିହାସିକ ସଫଳତା ସହ ସମାପ୍ତ ହୋଇଛି ।  ଏହି ଅଭିଯାନ ମାଧ୍ୟମରେ ମୋଟ  ୬୬,୩୯୨ କୋଟିର ନିବେଶ ପ୍ରସ୍ତାବ ହାସଲ ହୋଇଥିବା ବେଳେ ଏହା ଦ୍ୱାରା ୫୪,୧୩୫ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।

ପ୍ରମୁଖ ସଫଳତା:

✅ ୩୮ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ — ୬୪,୭୦୩ କୋଟିର ନିବେଶ ପ୍ରସ୍ତାବ ସହ ୪୬,୦୭୧ଟି ନିଯୁକ୍ତି ସୁଯୋଗ ।

✅ ୧୨ଟି ନିବେଶ ଉଦ୍ଦେଶ୍ୟପତ୍ର ପ୍ରାପ୍ତ — ୧,୬୮୯ କୋଟିର ନିବେଶ ପ୍ରସ୍ତାବ ସହ ୮,୦୬୪ଟି ନିଯୁକ୍ତି ସୁଯୋଗ ।

“ଓଡ଼ିଶା ଏକ ଏପରି ଶିଳ୍ପ ଅନୁକୂଳ ପରିବେଶ ଗଢ଼ି ତୋଳୁଛି, ଯେଉଁଠାରେ ଶିଳ୍ପସଂସ୍ଥାଗୁଡ଼ିକ ବିକଶିତ ହେବା ସହ ନିଯୁକ୍ତି ସୃଷ୍ଟି ଏବଂ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି ହୋଇପାରିବ । ଆମର ଲକ୍ଷ୍ୟ କେବଳ ନିବେଶ ଆକର୍ଷିତ କରିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି କରିବା, ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ଯୁବପିଢ଼ି ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିବା ମଧ୍ୟ ଆମର ଉଦ୍ଦେଶ୍ୟ । ନିବେଶକମାନେ ଓଡ଼ିଶାକୁ ଅଭିବୃଦ୍ଧି ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ଦୀର୍ଘକାଳୀନ ସହଯୋଗୀ ଭାବେ ଦେଖନ୍ତୁ, ଏହା ହିଁ ଆମର ଲକ୍ଷ୍ୟ ।”

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |