ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ
13 Jun, 2026

ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ

ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ
ବିକାଶର ଧାରା, ଓଡ଼ିଶା ସାରା... 
ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରାଯାଇଛି ।  ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ, କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ, କୌଣସି ବୟୋଜ୍ୟେଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ, ଏହି ମହାନ୍ ଉଦ୍ଦେଶ୍ୟ ରଖି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 
‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ର ଶୁଭାରମ୍ଭ:– 
✅ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ବିନାମୂଲ୍ୟରେ ଆଉ ୫ କିଲୋଗ୍ରାମ ଚାଉଳ ।
✅ ଉପକୃତ ହେବେ ୮୦ ପ୍ରତିଶତ ଜନସଂଖ୍ୟା ।
“ଗରିବଙ୍କ ମୁହଁରେ ଫୁଟାଇବ ହସ । ଏହି ବ୍ୟୟ ଆମ ପାଇଁ ଖର୍ଚ୍ଚ ନୁହେଁ, ଏହା ଏକ ପବିତ୍ର ସାମାଜିକ ନିବେଶ” :– ମୁଖ୍ୟମନ୍ତ୍ରୀ 
ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ:– 
✅ଇନ୍‍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ – ଏକାମ୍ର କାନନ ୬ ଲେନ୍ ବିଶିଷ୍ଟ ରାସ୍ତା ଉଦ୍‍ଘାଟନ (ବ୍ୟୟବରାଦ–୧୦୮.୨୪ କୋଟି ଟଙ୍କା / ଦୈର୍ଘ୍ୟ - ୧୩ କି.ମି.ରୁ ଊର୍ଦ୍ଧ୍ଵ ) ।
✅ଜୟଦେବ ବିହାର–ନନ୍ଦନକାନନ ରାସ୍ତାର କାର୍ଯ୍ୟାରମ୍ଭ (ବ୍ୟୟବରାଦ–୯୪୯ କୋଟି ଟଙ୍କା / ୮ ଲେନ୍ ବିଶିଷ୍ଟ ରାସ୍ତା) ।
✅ ଜନପଥରେ ଜନାଶ୍ରୟ ଭବନର ଶିଳାନ୍ୟାସ (ବ୍ୟୟବରାଦ- ୮୭୪ କୋଟି ଟଙ୍କା / ୨୦ ମହଲା ବିଶିଷ୍ଟ / ୨୦୦୦ ଲୋକଙ୍କ ରହିବାର ସୁବିଧା)
ଏହି ଅବସରରେ, ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ ଏବଂ ‘ସୁଭଦ୍ରା ଶକ୍ତି’ ଖବରକାଗଜ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ‘ରାଜ୍ୟ ସରକାରଙ୍କ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ଓ ଉପଲବ୍‍ଧି’ ଶୀର୍ଷକ ଏକ ପ୍ରଦର୍ଶନୀ ଉଦ୍‍ଘାଟନ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧