ଆମ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ।
07 Jun, 2026

ଆମ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ।

ଆମ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବା ପାଇଁ ସଙ୍କଳ୍ପବଦ୍ଧ । ଏହି ପରିକଳ୍ପନାକୁ ସାକାର କରିବା ଦିଗରେ, ଆମ ସରକାର "ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ" ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି । ଏହି କ୍ରମରେ ଆଜି କୁମାରବସ୍ତାରୁ ରାଜ୍ୟବ୍ୟାପୀ ୨୦୪ଟି "ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ"ର ଭିତ୍ତିପ୍ରସ୍ତର ସ୍ଥାପନ କଲି । ପୂର୍ବରୁ ବାଣପୁରରେ ଏହି ଯୋଜନାର ଶୁଭାରମ୍ଭ ସହ ୧୧୮ଟି ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା ।
ଏହି ଯୋଜନା କେବଳ ଏକ ସରକାରୀ ପ୍ରକଳ୍ପ ନୁହେଁ, ବରଂ ଜଣେ ସାଧାରଣ ଆଦିବାସୀ ପରିବାରର ଛାତ୍ର ଭାବେ ମୋର ପିଲାଦିନର ସଂଘର୍ଷ, ଅନୁଭୂତି ଓ ଆଗାମୀ ପିଢ଼ି ପାଇଁ ଦେଖିଥିବା ଏକ ବଡ଼ ସ୍ୱପ୍ନର ସାକାର ରୂପ । ଏହା କୌଣସି ଶୀତତାପ ନିୟନ୍ତ୍ରିତ କୋଠରୀର କଳ୍ପନା ନୁହେଁ, ବରଂ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପ । ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରୁ ମୁଁ ଏହି ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖିବା ସହ ବିଧାନସଭାରେ ପ୍ରସ୍ତାବ ରଖିଥିଲି, କିନ୍ତୁ ସେତେବେଳେ ମୋ କଥାକୁ କେହି ଗୁରୁତ୍ୱ ଦେଇନଥିଲେ । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଭରସାରୁ ମୁଖ୍ୟମନ୍ତ୍ରୀ ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ମୋର ପ୍ରାଥମିକତା ସାଜିଛି । ଆଗାମୀ ପିଢ଼ି ଯେପରି କୌଣସି ଅଭାବର ସମ୍ମୁଖୀନ ନ ହୋଇ ଗୁଣାତ୍ମକ ଶିକ୍ଷା ପାଇପାରିବେ, ତାହା ସୁନିଶ୍ଚିତ କରିବା ଆମର ପ୍ରାଥମିକତା ।

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |