ଓଡ଼ିଶା ହେବ ଦେଶର ‘ଷ୍ଟିଲ୍ ରାଜଧାନୀ’, ପାରାଦ୍ବୀପରେ JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟାରମ୍ଭ ଅବସରରେ ଯୋଗ  ଦେଇଛନ୍ତି  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
27 May, 2026

ଓଡ଼ିଶା ହେବ ଦେଶର ‘ଷ୍ଟିଲ୍ ରାଜଧାନୀ’, ପାରାଦ୍ବୀପରେ JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟାରମ୍ଭ ଅବସରରେ ଯୋଗ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

✅ ପାରାଦ୍ବୀପରେ JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟାରମ୍ଭ ଅବସରରେ ଯୋଗ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
✅ ୧,୨୫,୦୦୦ କୋଟିର ପୁଞ୍ଜି ନିବେଶ: ଓଡ଼ିଶାରେ ଔଦ୍ୟୋଗିକ କ୍ରାନ୍ତିର ନୂଆ ଆରମ୍ଭ
ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ପାରାଦ୍ବୀପର ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍‌ନେସ୍ ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ପାରାଦ୍ବୀପର ଢ଼ିଙ୍କିଆ ଅଞ୍ଚଳରେ ଆୟୋଜିତ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଯୋଗ ଦେଇଛନ୍ତି। ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପବଦ୍ଧ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। 
ଓଡ଼ିଶାର ବୈଦେଶିକ ଶିଳ୍ପ ଭାଗିଦାରୀକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:- 
✅  ସ୍ୱାକ୍ଷରିତ ହେବ ଓଡ଼ିଶା-ଜାପାନ ‘Sister States’ ଚୁକ୍ତି; ଶିଳ୍ପ ଓ ପର୍ଯ୍ୟଟନର ହେବ ବିକାଶ  
ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରକୁ ଲୋକଙ୍କ ସରକାର ଗୁରୁତ୍ବ ଦେଇଛନ୍ତି । ୨୦୩୬ ସୁଦ୍ଧା ଓଡ଼ିଶା ଗଠନର ଶତାବ୍ଦୀ ପୂର୍ତ୍ତି ଅବସରରେ ରାଜ୍ୟକୁ ଦେଶର ଏକ ଶ୍ରେଷ୍ଠ ଓ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ବାନ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |