ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଓଡ଼ିଶାରେ ଶିଳ୍ପ ଓ ନିଯୁକ୍ତିକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଗୁଜରାଟ ଗସ୍ତରେ ଆସି ପହଞ୍ଚିଛନ୍ତି।
05 May, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଶିଳ୍ପ ଓ ନିଯୁକ୍ତିକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଗୁଜରାଟ ଗସ୍ତରେ ଆସି ପହଞ୍ଚିଛନ୍ତି।

ରାଜ୍ୟବାସୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ପ୍ରଗତିର ଶୀର୍ଷକୁ ନେବା ପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ଓ ରାଜ୍ୟରେ ଥିବା ‘ଡବଲ୍ ଇଞ୍ଜିନ’ ସରକାରଙ୍କ ସମନ୍ୱୟ ଆଜି ଓଡ଼ିଶାର ବିକାଶ ଧାରାକୁ ଏକ ନୂତନ ଶକ୍ତି ପ୍ରଦାନ କରିଛି। ରାଜ୍ୟର ଶିଳ୍ପ ସମୃଦ୍ଧି ଏବଂ ଆମର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।
ଏହି ସଂକଳ୍ପକୁ ସାକାର କରିବା ପାଇଁ, ନିବେଶକମାନଙ୍କୁ ଆକୃଷ୍ଟ କରି ଓଡ଼ିଶାରେ ଶିଳ୍ପ ଓ ନିଯୁକ୍ତିକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମୁଁ ଆଜି ଗୁଜରାଟ ଗସ୍ତରେ ଆସି ପହଞ୍ଚିଛି । ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀଙ୍କୁ ଓଡ଼ିଶାର ଶିଳ୍ପ ସାମର୍ଥ୍ୟ ସହ ପରିଚିତ କରାଇବା ଏବଂ ସେମାନଙ୍କୁ ଆମ ରାଜ୍ୟର ଏହି ଅପରାଜେୟ ବିକାଶ ଯାତ୍ରାରେ ସହଭାଗୀ କରାଇବା ଏହି ଗସ୍ତର ମୂଳ ଅଭିପ୍ରାୟ।
ଆମର ଯୁବଶକ୍ତିଙ୍କ ପାଇଁ ନିଜ ମାଟିରେ ହିଁ ସମ୍ମାନଜନକ ଜୀବିକାର ସୁଯୋଗ ସୃଷ୍ଟି କରିବା ସହ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ ଦିଗରେ ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |