• ଭୁବନେଶ୍ୱରଠାରେ ଆୟୋଜିତ 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି
  • ଭୁବନେଶ୍ୱରଠାରେ ଆୟୋଜିତ 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି
  • ଭୁବନେଶ୍ୱରଠାରେ ଆୟୋଜିତ 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି
  • ଭୁବନେଶ୍ୱରଠାରେ ଆୟୋଜିତ 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି
31 Oct, 2026

ଭୁବନେଶ୍ୱରଠାରେ ଆୟୋଜିତ 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି

ଆଜି 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ 'ଲୌହ ମାନବ' ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।

ସର୍ଦ୍ଦାର ପଟେଲଙ୍କ ଅଖଣ୍ଡ ଭାରତର ଆଦର୍ଶକୁ ପାଥେୟ କରି କାଶ୍ମୀର ସମ୍ପର୍କିତ ଐତିହାସିକ ଭୁଲକୁ ୨୦୧୯ରେ ସୁଧାରିବା ସହ କେବଡ଼ିଆରେ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ପ୍ରତିଷ୍ଠା କରି ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଜୀ ସର୍ଦ୍ଦାର ପଟେଲଙ୍କୁ ଯଥୋଚିତ ସମ୍ମାନ ଦେଇଛନ୍ତି ।

ଏହି ଅବସରରେ ଆଇନଶୃଙ୍ଖଳା ରକ୍ଷାରେ ନିୟୋଜିତ ଓଡ଼ିଶା ପୋଲିସର ଅଦମ୍ୟ ସାହସ ଓ ବୀରତାକୁ ଅଭିନନ୍ଦନ ଜଣାଇଲି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଜୀଙ୍କ ସୁଦୃଢ଼ ନେତୃତ୍ୱରେ ଆମ ସରକାରଙ୍କ ନିରନ୍ତର ଉଦ୍ୟମ ବଳରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇଛି, ଯାହାର ପ୍ରତୀକ ସ୍ୱରୂପ ୧୯ଟି ନକ୍ସଲ ମୁକ୍ତ ଜିଲ୍ଲାର ପ୍ରାୟ ୧,୦୦୦ ନାଗରିକ ଏକତାନଗର ମହାମଞ୍ଚରେ ସାମିଲ ହୋଇଛନ୍ତି । ଆମର ସୁଦୃଢ଼ ଆଇନଶୃଙ୍ଖଳା ଆଜି ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ଓ ଶିଳ୍ପାୟନର ନୂତନ ଯୁଗ ସୃଷ୍ଟି କରିପାରିଛି ।

ସମ୍ବିଧାନକୁ ଅବମାନନା କରି ଦେଶରେ ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା ଚଳାଇଥିବା ଶକ୍ତି ଓ ଲୁକ୍କାୟିତ ନକ୍ସଲ ମାନସିକତାକୁ ଆମର ସଚେତନ ଯୁବପିଢ଼ି ଗଣତାନ୍ତ୍ରିକ ପଦ୍ଧତିରେ ଉଚିତ ଜବାବ ଦେଇଛନ୍ତି । ସର୍ଦ୍ଦାର ପଟେଲଙ୍କ ୧୫୧ତମ ଜୟନ୍ତୀକୁ ସ୍ମରଣୀୟ କରିବା ସହ ଜାତି, ଧର୍ମ ନିର୍ବିଶେଷରେ ଆସନ୍ତୁ ଆମେ ସମସ୍ତେ ଏକଜୁଟ ହୋଇ 'ସମୃଦ୍ଧ ଓଡ଼ିଶା' ଗଠନ ମାଧ୍ୟମରେ ଏକ ସଶକ୍ତ ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |