ଓଡ଼ିଶାର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି.କିଶନ ରେଡ୍ଡୀ ଙ୍କ ସହିତ ଆଲୋଚନା କରିଛନ୍ତି।
01 Jun, 2026

ଓଡ଼ିଶାର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ନେଇ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମାନ୍ୟବର କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି.କିଶନ ରେଡ୍ଡୀଙ୍କ ସହିତ ଆଲୋଚନା କରିଛନ୍ତି । ଦେଶର ଖଣିଜ ଅର୍ଥନୀତି ଓ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିକ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । 
ଖଣିଜ ଓ ପରିବହନକୁ ଅଧିକ ଦକ୍ଷ ଓ ସ୍ୱଳ୍ପ ଖର୍ଚ୍ଚ ବିଶିଷ୍ଟ କରିବା ପାଇଁ ରେଳ ଓ ବନ୍ଦର ଭିତ୍ତିଭୂମିର ତ୍ୱରିତ ବିକାଶର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକରେ ଖଣିଜ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କର କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧