ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ‘ପିପିଲି ଚାନ୍ଦୁଆ’ ଶିଳ୍ପର ଅଭିବୃଦ୍ଧି ତଥା ସ୍ଥାନୀୟ କାରିଗରମାନଙ୍କ ସମୃଦ୍ଧି ଦିଗରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଶୁଭାରମ୍ଭ ହୋଇଛି।
04 Jun, 2026

ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ‘ପିପିଲି ଚାନ୍ଦୁଆ’ ଶିଳ୍ପର ଅଭିବୃଦ୍ଧି ତଥା ସ୍ଥାନୀୟ କାରିଗରମାନଙ୍କ ସମୃଦ୍ଧି ଦିଗରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଶୁଭାରମ୍ଭ ହୋଇଛି।

ଓଡ଼ିଆ ଅସ୍ମିତାର ଅନନ୍ୟ ପ୍ରତୀକ ‘ପିପିଲି ଚାନ୍ଦୁଆ’ ଶିଳ୍ପର ଅଭିବୃଦ୍ଧି ତଥା ସ୍ଥାନୀୟ କାରିଗରମାନଙ୍କ ସମୃଦ୍ଧି ଦିଗରେ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଶୁଭାରମ୍ଭ ହୋଇଛି। ଆଜି ପିପିଲିଠାରେ ପ୍ରାୟ ₹୮୦ କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍‌’ର ଶିଳାନ୍ୟାସ କରି ମୁଁ ଅତ୍ୟନ୍ତ ଆନନ୍ଦିତ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ଏହି ଅମୂଲ୍ୟ କଳାର ସଂରକ୍ଷଣ ସହ ପ୍ରାୟ ୬ ହଜାର କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ପ୍ରକଳ୍ପ ଆର୍ଥିକ ଭାବେ ସଶକ୍ତ କରିବ। ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଏହି ପାରମ୍ପରିକ ଶିଳ୍ପକୁ ବିଶ୍ୱ ବଜାର ସହ ଯୋଡ଼ିବା ଏବଂ ଏକ ‘ସମୃଦ୍ଧ ଓ ବିକଶିତ ଓଡ଼ିଶା’ ଗଠନ ଦିଗରେ ଆମେ ଦୃଢ଼ ସଂକଳ୍ପବଦ୍ଧ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧