ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀର ତାଳବଣିଆଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୋଲିସ ଭିତ୍ତିଭୂମିର ଉଦ୍‍ଘାଟନ କରିଛନ୍ତି ।
04 Jun, 2026

ଜନସାଧାରଣଙ୍କୁ ଉନ୍ନତ ପୋଲିସ ସେବା ସୁନିଶ୍ଚିତ କରୁଛନ୍ତି ଲୋକଙ୍କ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀର ତାଳବଣିଆଠାରେ ଏକ ଅତ୍ୟାଧୁନିକ ନୂତନ ଥାନା ଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୋଲିସ ଭିତ୍ତିଭୂମିର ଉଦ୍‍ଘାଟନ କରିଛନ୍ତି । ଏହା ସହିତ ଆଭାସୀ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ ଏସଡିପିଓ କାର୍ଯ୍ୟାଳୟ, ଯାଜପୁରର ବ୍ରହ୍ମବରଦା ଥାନା, ତୃତୀୟ ବାଟାଲିୟନ କୋରାପୁଟର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହର ମଧ୍ୟ ଲୋକାର୍ପଣ କରିଛନ୍ତି ।
ରାଜ୍ୟରେ ଆଇନଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
✅ରାଜ୍ୟରେ ୧୯୫ କୋଟି ଟଙ୍କାର ପୋଲିସ ଭିତ୍ତିଭୂମି ଲୋକାର୍ପିତ ।
✅ପୋଲିସବାହିନୀର ସଶକ୍ତୀକରଣ: ଭୁବନେଶ୍ୱର, କଟକ ଓ ଯାଜପୁରରେ ୬୫୮ଟି ପୋଲିସ ଆବାସିକ ଗୃହ ନିର୍ମିତ ।
✅ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ଏବଂ ଅପରାଧୀଙ୍କ ପ୍ରତି କଠୋର ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ।
✅ଓଡ଼ିଶାକୁ ଦେଶର ଏକ ଶାନ୍ତିପୂର୍ଣ୍ଣ ଓ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ।
ଏକ ସୁରକ୍ଷିତ, ସମୃଦ୍ଧ ଏବଂ ଅପରାଧମୁକ୍ତ ସମାଜ ଗଠନ କେବଳ ସରକାର କିମ୍ବା ପୋଲିସ ବାହିନୀର ଏକାକୀ ଦାୟିତ୍ୱ ନୁହେଁ; ବରଂ ଏହା ଆମ ସମସ୍ତଙ୍କର ମିଳିତ ସଙ୍କଳ୍ପ ଓ ଭାଗୀଦାରୀ । ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସହଭାଗିତା ଏବଂ ପାରସ୍ପରିକ ବିଶ୍ୱାସର ଏକ ମଜଭୁତ ସେତୁ ଗଠନ ହେଲେ ଆମେ ଆମର ବିକାଶମୂଳକ ଲକ୍ଷ୍ୟ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧