ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀର ତାଳବଣିଆଠାରେ ଅତ୍ୟାଧୁନିକ ଥାନା ଗୃହର ଉଦ୍‍ଘାଟନ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ମିତ ପୋଲିସ ଭିତ୍ତିଭୂମିକୁ ଲୋକାର୍ପିତ କରିଛନ୍ତି ।
04 Jun, 2026

ଆଜି ପୁରୀର ତାଳବଣିଆ ଠାରେ ଅତ୍ୟାଧୁନିକ ଥାନା ଗୃହର ଉଦ୍‍ଘାଟନ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ମିତ ପୋଲିସ ଭିତ୍ତିଭୂମିକୁ ଲୋକାର୍ପିତ କଲି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥିତ SDPO କାର୍ଯ୍ୟାଳୟ, ଯାଜପୁରର ବ୍ରହ୍ମବରଦା ଥାନା, ତୃତୀୟ ବାଟାଲିୟନ କୋରାପୁଟର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହ ସମେତ ଭୁବନେଶ୍ୱର, କଟକ ଓ ଯାଜପୁରରେ ସର୍ବମୋଟ ୬୫୮ଟି ପୋଲିସ ଆବାସିକ ଗୃହର ମଧ୍ୟ ଉଦ୍‍ଘାଟନ କରାଯାଇଛି । ଆମ ସରକାର ପୋଲିସ ବାହିନୀର ସଶକ୍ତୀକରଣ ଏବଂ କର୍ମଚାରୀଙ୍କ କଲ୍ୟାଣ ପ୍ରତି ସର୍ବଦା ପ୍ରତିଶ୍ରୁତିବଦ୍ଧ । ଆବାସିକ ସୁବିଧା ସେମାନଙ୍କୁ ଚାପମୁକ୍ତ ରଖି ଜନସାଧାରଣଙ୍କୁ ତ୍ୱରିତ ଓ ଉନ୍ନତ ସେବା ପ୍ରଦାନ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।
ଭୟମୁକ୍ତ ପରିବେଶ ଓ ସୁଦୃଢ଼ ଆଇନ ଶୃଙ୍ଖଳା ହିଁ ପ୍ରଗତିଶୀଳ ସମାଜର ମୂଳଦୁଆ । ଆମ ପୋଲିସ ବାହିନୀ ନକ୍ସଲ ଦମନ ଓ ନିଶାଦ୍ରବ୍ୟ କାରବାର ରୋକିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ବେଳେ, 'ଭାରତୀୟ ନ୍ୟାୟ ସଂହିତା' ପ୍ରଭାବରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇବା ଏକ ବଡ଼ ସଫଳତା । ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ହେବା ସହ ଅପରାଧ ପ୍ରତି କଠୋର ଆଭିମୁଖ୍ୟ ରଖିବା ପାଇଁ ମୁଁ ପୋଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି । ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସମୃଦ୍ଧ ଓଡ଼ିଶା ଗଠନ ଆମ ସମସ୍ତଙ୍କର ମିଳିତ ସଙ୍କଳ୍ପ, ଆସନ୍ତୁ, ସାମୂହିକ ପ୍ରୟାସରେ ଏହି ଯାତ୍ରାକୁ ଆହୁରି ଗତିଶୀଳ କରିବା ।
 
ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧