ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିରରେ ଯୋଗ ଦେଇ ପ୍ରତିନିଧିମାନଙ୍କୁ ସମ୍ବୋଧନ କରିଛନ୍ତି ।
07 Jun, 2026

କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିରରେ ଯୋଗ ଦେଇ ପ୍ରତିନିଧିମାନଙ୍କୁ ସମ୍ବୋଧନ କଲି । ଏହି ଶିବିରରେ ଦେଶର ବିଶିଷ୍ଟ କ୍ରୀଡ଼ାବିତ୍, ବିଶେଷଜ୍ଞ ଓ ପ୍ରଶାସକମାନଙ୍କର ଗୁରୁତ୍ୱପୂର୍ଣ୍ଣ ମତାମତ ଓ ପ୍ରସ୍ତାବଗୁଡ଼ିକ ଆଗାମୀ ଦିନରେ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଦୃଢ଼ ରୋଡ୍‍ମ୍ୟାପ୍ ଭାବେ କାର୍ଯ୍ୟ କରିବ । ତୃଣମୂଳ ସ୍ତରରୁ କ୍ରୀଡ଼ା ସଂସ୍କୃତିକୁ ସଶକ୍ତ କରିବା ଓ ପ୍ରତିଭା ଅନ୍ୱେଷଣ ମାଧ୍ୟମରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ସଙ୍କଳ୍ପବଦ୍ଧ ଏବଂ ଏହି ଯାତ୍ରାରେ ଓଡ଼ିଶାର କ୍ରୀଡ଼ାବିତ୍‍ମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସଫଳତାର ଶୀର୍ଷକୁ ସ୍ପର୍ଶ କରି ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ମୋର ଦୃଢ଼ ବିଶ୍ୱାସ।
ଆମେ କେବଳ ସଫଳ କ୍ରୀଡ଼ା ଆୟୋଜକ ଭାବେ ନୁହେଁ, ବରଂ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରୁଥିବା ଏକ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ଆଗକୁ ବଢ଼ୁଛୁ, ଯାହାକି ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ଅଗ୍ରଣୀ ଗ୍ରୋଥ୍ ଇଞ୍ଜିନ ଭାବେ ଓଡ଼ିଶାର ଭୂମିକାକୁ ଅଧିକ ସୁଦୃଢ଼ କରିବ ଏବଂ ଆମର ଯୁବପିଢ଼ିଙ୍କୁ ଅନୁଶାସନ ଓ ସାହସ ସହ ଜୀବନର ସମ୍ମୁଖୀନ ହେବା ପାଇଁ ଅନୁପ୍ରାଣିତ କରିବ । 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧