ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ  ‘୧୪ ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି)’ ବୈଠକର ଉଦ୍‌ଘାଟନୀ ଅବସରରେ ଯୋଗ ଦେଇଛନ୍ତି ।
24 Jun, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ ‘୧୪ ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି)’ ବୈଠକର ଉଦ୍‌ଘାଟନୀ ଅବସରରେ ଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ ‘୧୪ ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି)’ ବୈଠକର ଉଦ୍‍ଘାଟନୀ ଅବସରରେ ଯୋଗ ଦେଇଛନ୍ତି । ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । 
ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ-ଇକୋନୋମି (Blue Economy) ହେଉଛି ଆମର ମହତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି । ଏଗୁଡ଼ିକର ସୁରକ୍ଷା କେବଳ ଦେଶର ସୁରକ୍ଷା ପାଇଁ ଜରୁରୀ ନୁହେଁ, ବରଂ ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ । ଆଜିର ସମୟରେ ସାମୁଦ୍ରିକ ସୁରକ୍ଷା କେବଳ ପାରମ୍ପରିକ ଆଇନ-ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ, ବରଂ ଏଥିରେ ଜଟିଳ ଭିତ୍ତିଭୂମିର ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ଉପରେ ଆମର ସଚେତନତା, ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଭଳି ଅନେକ ଆହ୍ୱାନ ସାମିଲ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧