ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତ ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି । ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା
08 Jun, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତ ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି । ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତ ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି । ଉନ୍ନତ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ଆଧୁନିକ ସୁବିଧା, ଉନ୍ନ‌ତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନ‌ତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ବାସ୍ଥ୍ୟସେବାକୁ ଅନେକ ଗୁଣରେ ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 
ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ₹୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ
✅ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲର ନୂତନ ବିଲ୍‍ଡିଂ ଲୋକାର୍ପିତ 
✅ଲୋକଙ୍କ ସୁବିଧା ପାଇଁ ୩୯ଟି ପ୍ରକଳ୍ପର ଶୁଭାରମ୍ଭ, ₹୧୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ
✅₹୨୫୮ କୋଟିର ସ୍ୱାସ୍ଥ୍ୟ ଭିତ୍ତିଭୂମି: ଉତ୍ତର ଓଡ଼ିଶାର ପ୍ରମୁଖ ରେଫରାଲ୍ ସେଣ୍ଟର
✅ଶେଷ ଧାଡ଼ିର ଗରିବ ଓ ଜନଜାତିଙ୍କ ସେବା ହିଁ ପ୍ରକୃତ ସେବା: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
✅ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟ ସେବା ମାନଚିତ୍ର ବଦଳାଇବ ବାରିପଦାର ନୂତନ ବିଶାଳ 'ଟିଚିଙ୍ଗ୍ ହସ୍ପିଟାଲ' 
“କୌଣସି ଯନ୍ତ୍ର ରୋଗୀର କଷ୍ଟ ବୁଝିପାରେ ନାହିଁ, ଡାକ୍ତରଙ୍କ କାରୁଣ୍ୟ ହିଁ ସେବା”
“ଡାକ୍ତରୀ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ। ସମାଜ ଡାକ୍ତରମାନଙ୍କୁ 'ଭଗବାନଙ୍କ ଦ୍ୱିତୀୟ ରୂପ' ଭାବେ ଗ୍ରହଣ କରିଥାଏ, କାରଣ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ସେମାନଙ୍କ ହାତରେ ଥାଏ। ଡାକ୍ତରଙ୍କ ଷ୍ଟେଥୋସ୍କୋପ୍ ଏବଂ କଲମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଅସୀମ ଶକ୍ତି ରହିଛି ଏବଂ ମୁମୂର୍ଷୁ ରୋଗୀର ଆଖିରୁ ଲୁହ ପୋଛିବା ହିଁ ଜଣେ ଚିକିତ୍ସକଙ୍କ ଜୀବନର ସବୁଠାରୁ ବଡ଼ ସଫଳତା।”

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧