• ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶୁଭାରମ୍ଭ କରିଛନ୍ତି । ଏହି ଅନୁଷ୍ଠାନଗୁଡ଼ିକ ଦେଶର ଆର୍ଥିକ ସୁରକ୍ଷା ଏବଂ ଡିଜିଟାଲ୍ ବ୍ୟାଙ୍କିଂ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାଧିତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।  କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଶାସନ ବ୍ୟବସ୍ଥା ବର୍ତ୍ତମାନ ଏକ ଜନକଲ୍ୟାଣକାରୀ ଏବଂ ସକ୍ରିୟ ଆଭିମୁଖ୍ୟରେ ପରିଣତ ହୋଇଛି । ସମାବେଶୀ ବିକାଶ, ଆର୍ଥିକ ସଶକ୍ତୀକରଣ ଏବଂ ସମାଜର ଶେଷ ପଂକ୍ତି

25 Oct, 2026

ଭୁବନେଶ୍ୱରଠାରେ ଆରବିଆଇର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରତିଷ୍ଠାନ ଉଦ୍‌ଘାଟିତ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନୂତନ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶୁଭାରମ୍ଭ କରିଛନ୍ତି । ଏହି ଅନୁଷ୍ଠାନଗୁଡ଼ିକ ଦେଶର ଆର୍ଥିକ ସୁରକ୍ଷା ଏବଂ ଡିଜିଟାଲ୍ ବ୍ୟାଙ୍କିଂ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାଧିତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଶାସନ ବ୍ୟବସ୍ଥା ବର୍ତ୍ତମାନ ଏକ ଜନକଲ୍ୟାଣକାରୀ ଏବଂ ସକ୍ରିୟ ଆଭିମୁଖ୍ୟରେ ପରିଣତ ହୋଇଛି । ସମାବେଶୀ ବିକାଶ, ଆର୍ଥିକ ସଶକ୍ତୀକରଣ ଏବଂ ସମାଜର ଶେଷ ପଂକ୍ତିରେ ଥିବା ବ୍ୟକ୍ତିଙ୍କ ନିକଟରେ ସରକାରୀ ସେବା ସଫଳତାର ସହ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ସେ ପ୍ରାୟ ୬୦ କୋଟି ଜନଧନ ଖାତା ଖୋଲାଯିବା, ଡିଜିଟାଲ୍ ବ୍ୟାଙ୍କିଂର ବ୍ୟାପକ ବିସ୍ତାର, ମୁଦ୍ରା ଋଣ ଜରିଆରେ ନୂତନ ଉଦ୍ୟୋଗୀଙ୍କୁ ସହାୟତା ଏବଂ ରାସ୍ତାକଡ଼ର ବ୍ୟବସାୟୀ, କାରିଗର ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସଶକ୍ତ କରାଯିବା ଭଳି ପ୍ରମୁଖ ସଫଳତାଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ସାଧାରଣ ନାଗରିକଙ୍କ ପାଇଁ ଆର୍ଥିକ ସୁରକ୍ଷାକୁ ସୁଲଭ କରିବା ଦିଗରେ ଅଟଳ ପେନ୍‌ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକର ସଫଳତାକୁ ମଧ୍ୟ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

ବର୍ତ୍ତମାନର ସମୟରେ ବଢ଼ୁଥିବା ସାଇବର ବିପଦ ପ୍ରତି ସତର୍କ କରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଏକ ସୁଦୃଢ଼ କମ୍ପ୍ୟୁଟିଂ ଭିତ୍ତିଭୂମି ଏବଂ ଦକ୍ଷ ସାଇବର ସୁରକ୍ଷା ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି । ଆଗାମୀ ଦିନରେ 'ବିକଶିତ ଭାରତ' ଗଠନରେ ପୂର୍ବ ଭାରତ, ବିଶେଷକରି ଓଡ଼ିଶା ଏକ ପ୍ରମୁଖ ବିକାଶର ଇଞ୍ଜିନ୍ ଭାବେ ଉଭା ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର ଏବଂ ଉନ୍ନତ କମ୍ପ୍ୟୁଟିଂ କ୍ଷେତ୍ରରେ ଏହା ରାଜ୍ୟରେ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ ।

ଓଡ଼ିଶାର ଭବିଷ୍ୟତ ପ୍ରତି ଗଭୀର ଆତ୍ମବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ନିଜର ଶିଳ୍ପ କ୍ଷେତ୍ରର ସାମର୍ଥ୍ୟକୁ “ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ” ଏକ ନୂତନ ରୂପାନ୍ତରଣ ଦେବାକୁ ଯାଉଛି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ଓ ଉଦ୍ୟୋଗର ଅନେକ ସୁଯୋଗ ସୃଷ୍ଟି ହେବା ସହିତ ଦେଶର ସାମଗ୍ରିକ ଅର୍ଥନୈତିକ ବିକାଶରେ ଓଡ଼ିଶାର ଅବଦାନ ଆହୁରି ଅଧିକ ସୁଦୃଢ଼ ହେବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |