• ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହରେ ଓଡ଼ିଶା ପାଭିଲିଅନକୁ ‘ରାଜ୍ୟ ବର୍ଗ’ରେ ଶ୍ରେଷ୍ଠ ପୁରସ୍କାର
  • ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହରେ ଓଡ଼ିଶା ପାଭିଲିଅନକୁ ‘ରାଜ୍ୟ ବର୍ଗ’ରେ ଶ୍ରେଷ୍ଠ ପୁରସ୍କାର
25 Sep, 2026

ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହରେ ଓଡ଼ିଶା ପାଭିଲିଅନକୁ ‘ରାଜ୍ୟ ବର୍ଗ’ରେ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ୯ମ 'ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ'ରେ ଓଡ଼ିଶା ପାଭିଲିଅନ 'ରାଜ୍ୟ ବର୍ଗ'ରେ ଶ୍ରେଷ୍ଠ ପୁରସ୍କାର  ଲାଭ କରିବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ।

ଜଳବାୟୁ ସହନଶୀଳ ଜଳ ପରିଚାଳନା, ସୁଦୃଢ଼ ଜଳସେଚନ ଭିତ୍ତିଭୂମି ନିର୍ମାଣ ତଥା ପାଣି ପଞ୍ଚାୟତ ମାଧ୍ୟମରେ ତୃଣମୂଳ ସ୍ତରର ଜନଭାଗିଦାରୀ କ୍ଷେତ୍ରରେ ଓଡ଼ିଶାର ଯୁଗାନ୍ତକାରୀ ସଫଳତା ଆଜି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରମାଣିତ ହୋଇଛି ।

ଏହି ସମ୍ମାନଜନକ କୃତିତ୍ୱ ନିମନ୍ତେ ରାଜ୍ୟ ଜଳ ସମ୍ପଦ ବିଭାଗର ସମସ୍ତ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ତଥା ରାଜ୍ୟର ପରିଶ୍ରମୀ କୃଷକ ଭାଇଭଉଣୀମାନଙ୍କୁ ଆନ୍ତରିକ ସାଧୁବାଦ ଓ ଅଭିନନ୍ଦନ ଜଣାଉଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |