• ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା: ୪ ବିଭାଗର ୧,୧୦୧ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

26 Sep, 2026

୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା: ୪ ବିଭାଗର ୧,୧୦୧ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଯୁବପିଢ଼ିଙ୍କ ଆକାଂକ୍ଷାକୁ ସାକାର କରିବା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ଦିଗରେ ରାଜ୍ୟ ସରକାର ନିରନ୍ତର ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ୱରସ୍ଥିତ OUAT କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୪ଟି ପ୍ରମୁଖ ବିଭାଗର ୧,୧୦୧ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।

✅ ସ୍ୱାସ୍ଥ୍ୟ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସମେତ OAS (୩୦), ORS (୪୨), OFS (୪୬), OTAS (୬୦) ଏବଂ ସମବାୟ ସେବା (୧୭) ଅଧୀନରେ ସମୁଦାୟ ୧,୧୦୧ ଜଣ ନୂତନ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।
✅ ସରକାର ଗଠନର ମାତ୍ର ୨୭ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ଜରିଆରେ ରେକର୍ଡ ୪୬,୫୭୫ ଜଣ ଯୁବକଯୁବତୀଙ୍କୁ ସରକାରୀ ସେବାରେ ସାମିଲ କରାଯାଇସାରିଛି ।
✅ ନିଜକୁ ଶାସକ ନ ଭାବି ‘ଜନସେବକ’ ମନେକରି କାର୍ଯ୍ୟ କରିବା ସହ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଲାଗି ‘ଜନ ଶୁଣାଣି’କୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ‘ପଞ୍ଚସୂତ୍ରୀ’ ମନ୍ତ୍ର ଦେଇଛନ୍ତି ।

ଏହି ଅବସରରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାକ୍-ପ୍ରାଥମିକରୁ ଆରମ୍ଭ କରି ଯୁବବର୍ଗଙ୍କ ପାଇଁ ବୟସ-ଭିତ୍ତିକ ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’ ପୁସ୍ତିକା ଉନ୍ମୋଚିତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଦକ୍ଷତା ବିକାଶ ବିଭାଗର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ପୁସ୍ତିକା ରାଜ୍ୟର ଯୁବପିଢ଼ିଙ୍କୁ ମାନସିକ ସ୍ତରରେ ସୁଦୃଢ଼ କରିବା ସହ ସେମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |