• ବାତ୍ୟା ‘ଅର୍ଣବ’ ପ୍ରଭାବିତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ବାତ୍ୟା ‘ଅର୍ଣବ’ ପ୍ରଭାବିତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
01 Nov, 2026

ବାତ୍ୟା ‘ଅର୍ଣବ’ ପ୍ରଭାବିତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ଚାଷୀ, ବ୍ୟବସାୟୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କ ଥଇଥାନ ତଥା ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ନିମନ୍ତେ ଏକ ବ୍ୟାପକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ।
✅ କ୍ଷତିଗ୍ରସ୍ତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ।

✅ ୩୩% ଓ ତଦୁର୍ଦ୍ଧ୍ୱ ଫସଲ ହାନି ହୋଇଥିବା ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଅଣ-ଜଳସେଚିତ ଜମି ପାଇଁ ₹୮,୫୦୦, ଜଳସେଚିତ ଜମି ପାଇଁ ₹୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ₹୨୨,୫୦୦ ଇନ୍‌ପୁଟ୍ ସବସିଡି ପ୍ରଦାନ କରାଯିବ ।

✅ ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍‌ପୁଟ୍ ସହାୟତା ₹୨,୫୦୦, ଜଳସେଚିତ ଅଞ୍ଚଳ ପାଇଁ ₹୨,୦୦୦ ଏବଂ ଅଣ-ଜଳସେଚିତ ଅଞ୍ଚଳ ପାଇଁ ସର୍ବନିମ୍ନ ₹୧,୦୦୦ ଦିଆଯିବ ।

✅ ଜମିରୁ ବାଲି କିମ୍ବା ପଟୁମାଟି ହଟାଇବା ପାଇଁ ହେକ୍ଟର ପିଛା ₹୧୮,୦୦୦ ହାରରେ ସହାୟତା ସହ ଚାଷୀଙ୍କୁ ସର୍ବନିମ୍ନ ₹୨,୨୦୦ ପ୍ରଦାନ କରାଯିବ ।

✅ ପ୍ରଭାବିତ ଚାଷୀଙ୍କୁ ମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ (୧,୨୦,୦୦୦ ଡାଲି ଜାତୀୟ, ୫,୦୦୦ ତୈଳବୀଜ ଓ ୫୦,୦୦୦ ପନିପରିବା) ମାଗଣାରେ ଯୋଗାଇ ଦିଆଯିବ ।

✅ ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଞ୍ଚଳରେ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପାଇଁ ₹୨୭,୫୦୦ କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା ₹୧୨,୫୦୦ ସହାୟତା ମିଳିବ ।

✅ ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ଚାଷୀଙ୍କୁ ୭୫% ସବସିଡି ପ୍ରଦାନ କରାଯିବ ।

✅ ୩୩% ବା ତଦୁର୍ଦ୍ଧ୍ୱ ଫସଲ ହାନି ହୋଇଥିବା ଅଞ୍ଚଳରେ ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ ଏବଂ ଭାଗଚାଷୀ ଓ ଭୂମିହୀନଙ୍କ ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ କରାଯିବ ।

✅ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ପାଇଁ ସମତଳ ଅଞ୍ଚଳରେ ₹୧,୨୦,୦୦୦ ଏବଂ ପାର୍ବତ୍ୟ ଅଞ୍ଚଳରେ ₹୧,୩୦,୦୦୦ ଆର୍ଥିକ ସହାୟତା ମିଳିବ ।

✅ ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ₹୬,୫୦୦, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ₹୪,୦୦୦, କୁଡ଼ିଆ ଘର ପାଇଁ ₹୮,୦୦୦ ଏବଂ ଗୁହାଳ ପାଇଁ ₹୩,୦୦୦ ସହାୟତା ଦିଆଯିବ ।

✅ ସମ୍ପୂର୍ଣ୍ଣ ନଷ୍ଟ, ଭାସି ଯାଇଥିବା ଘର କିମ୍ବା ୨ ଦିନରୁ ଅଧିକ ଜଳମଗ୍ନ ଥିବା ପରିବାରଙ୍କୁ ପୋଷାକ ପାଇଁ ₹୨,୫୦୦ ଓ ବାସନକୁସନ ପାଇଁ ₹୨,୫୦୦ ପ୍ରଦାନ କରାଯିବ ।

✅ ଦୁଧିଆଳି ଗାଈ ଓ ମଇଁଷି ମୃତ୍ୟୁ ପାଇଁ ₹୩୭,୫୦୦, ମେଣ୍ଢା, ଛେଳି ଓ ଘୁଷୁରି ପାଇଁ ₹୪,୦୦୦ ଏବଂ କୁକୁଡ଼ା ପିଛା ₹୧୦୦ (ସର୍ବାଧିକ ₹୧୦,୦୦୦) କ୍ଷତିପୂରଣ ଦିଆଯିବ ।

✅ ବଡ଼ ଭାରବାହୀ ପଶୁଙ୍କ ପାଇଁ ₹୩୨,୦୦୦ ଏବଂ ଛୋଟ ଭାରବାହୀ ପଶୁଙ୍କ ପାଇଁ ₹୨୦,୦୦୦ ସହାୟତା ପ୍ରଦାନ କରାଯିବ ।

✅ ୧,୦୦୦ ଜଣ ଚାଷୀଙ୍କୁ ଛେଳି ବା ବଳଦ ଯୋଗାଇ ଦେବା ପାଇଁ ସବସିଡି, ୫,୦୦୦ ଦୁଗ୍ଧ ଚାଷୀଙ୍କୁ ପ୍ରାଣୀ ପିଛା ୧୦୦ କିଲୋ ହିସାବରେ ସର୍ବାଧିକ ୫୦୦ କିଲୋ ଗୋ-ଖାଦ୍ୟ ଏବଂ ୭୦% ରୁ ଅଧିକ କ୍ଷତିଗ୍ରସ୍ତ ୨୦୦ କୁକୁଡ଼ା ଫାର୍ମକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପୁନରୁଦ୍ଧାର ସହାୟତା ମିଳିବ ।

✅ କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ହେକ୍ଟର ପିଛା ₹୧,୧୨,୫୦୦ ହାରରେ ୭୫% ପର୍ଯ୍ୟନ୍ତ ସହାୟତା ତଥା କ୍ଷତିଗ୍ରସ୍ତ  ଡଙ୍ଗା ପାଇଁ ₹୨୨,୫୦୦ ଓ ଜାଲ ପାଇଁ ₹୧୫,୦୦୦ ପ୍ରଦାନ କରାଯିବ ।

✅ ସାମୁଦ୍ରିକ ଓ ଚିଲିକା ମତ୍ସ୍ୟଜୀବୀଙ୍କୁ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ₹୬୦,୦୦୦ ଏବଂ ଜାଲ ପାଇଁ ₹୧୫,୦୦୦ ସହାୟତା ମିଳିବ ।

✅ ପୋଖରୀ ବନ୍ଧ ଭାଙ୍ଗିଥିବା ମାଛ ଚାଷୀ ଓ ମହିଳା SHG କମ୍ୟୁନିଟି ପୋଖରୀ ପାଇଁ ହେକ୍ଟର ପିଛା ସର୍ବାଧିକ ₹୧,୭୫,୦୦୦ ସହାୟତା ମିଳିବ ।

✅ କ୍ଷତିଗ୍ରସ୍ତ MSME, ବ୍ୟବସାୟୀ ଓ ଦୋକାନୀଙ୍କୁ ₹୧୨ ଲକ୍ଷ ପର୍ଯ୍ୟନ୍ତ ଋଣ ସହିତ ସର୍ବାଧିକ ₹୩ ଲକ୍ଷ (୨୫%) ସରକାରୀ ସବସିଡି ସିଧାସଳଖ ବ୍ୟାଙ୍କକୁ ପ୍ରଦାନ କରାଯିବ ।

✅ ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ ବା କିଓସ୍କ ପାଇଁ ₹୧୦,୦୦୦ ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ₹୨୫,୦୦୦ ସହାୟତା ଦିଆଯିବ ।

✅ ବାତ୍ୟା ପ୍ରଭାବିତ ସମସ୍ତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ₹୫,୦୦୦ ଅତିରିକ୍ତ ସିଡ୍ ମନି ପ୍ରଦାନ କରାଯିବ ।

✅ ବୁଣାକାର ଓ କାରିଗରମାନଙ୍କୁ ଯନ୍ତ୍ରପାତି ବଦଳାଇବା ପାଇଁ ବ୍ୟକ୍ତି ପିଛା ₹୫,୦୦୦ ଏବଂ ନଷ୍ଟ ସାମଗ୍ରୀ ବାବଦକୁ ₹୫,୦୦୦ ସହାୟତା ଦିଆଯିବ ।

✅ ଏରି, ମଲବେରୀ ଓ ଟସର ରେଶମ ଚାଷୀଙ୍କୁ ହେକ୍ଟର ପିଛା ₹୬,୦୦୦, ମୁଗା ଚାଷୀଙ୍କୁ ₹୭,୫୦୦ ଏବଂ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପାଳନ ଗୃହ ପାଇଁ ₹୧,୭୫,୦୦୦ ସହାୟତା ମିଳିବ ।

✅ ରବି ଋତୁ ପୂର୍ବରୁ ସମସ୍ତ ପ୍ରଭାବିତ ଗ୍ରାମରେ ଓଡ଼ିଶା ଉଠା ଜଳସେଚନ ପଏଣ୍ଟଗୁଡ଼ିକ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

✅ କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରେ ଓଡ଼ିଶା ଗସ୍ତ କରିବେ କେନ୍ଦ୍ରୀୟ ଇଣ୍ଟର-ମିନିଷ୍ଟରିଆଲ୍ କମିଟି ।

✅ ଆଗାମୀ ବାତ୍ୟା ‘ମୁରାସୁ’ ସମ୍ଭାବନାକୁ ଦୃଷ୍ଟିରେ ରଖି ମୁତୟନ ହୋଇଥିବା ଟିମ୍‌କୁ ସ୍ଥାନ ଛାଡ଼ି ନଯାଇ ସଜାଗ ରହିବାକୁ ନିର୍ଦ୍ଦେଶ । 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |