• ଦୁଇଦିନିଆ ଗସ୍ତରେ ମୁମ୍ବାଇରେ ପହଞ୍ଚିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନିବେଶ ସମ୍ଭାବନାକୁ ଦେଶ ତଥା ଅନ୍ତର୍ଜାତୀୟ ଶିଳ୍ପ ଜଗତ ସମ୍ମୁଖରେ ଉପସ୍ଥାପନ କରିବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଇଣ୍ଡିଆ କେମ୍ ୨୦୨୬ର ଉଦ୍‌ଘାଟନୀ ଅଧିବେଶନ ଏବଂ ସିଇଓ ରାଉଣ୍ଡଟେବୁଲ୍‌ରେ ଯୋଗଦେବେ।   ଏହି ଅବସରରେ ପ୍ରମୁଖ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶର ସମ୍ଭାବନାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ । କୋଲ୍ ଗ୍ୟାସିଫିକେସନ୍ ଏବଂ ଏକ ସ୍ୱତନ୍ତ୍ର ବୃହତ୍ ରସାୟନ

21 Oct, 2026

ରାସାୟନିକ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ନୂତନ ନିବେଶ ସୁଯୋଗ ଅନ୍ୱେଷଣ ପାଇଁ ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଦୁଇଦିନିଆ ଗସ୍ତରେ ମୁମ୍ବାଇରେ ପହଞ୍ଚିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ନିବେଶ ସମ୍ଭାବନାକୁ ଦେଶ ତଥା ଅନ୍ତର୍ଜାତୀୟ ଶିଳ୍ପ ଜଗତ ସମ୍ମୁଖରେ ଉପସ୍ଥାପନ କରିବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଇଣ୍ଡିଆ କେମ୍ ୨୦୨୬ର ଉଦ୍‌ଘାଟନୀ ଅଧିବେଶନ ଏବଂ ସିଇଓ ରାଉଣ୍ଡଟେବୁଲ୍‌ରେ ଯୋଗଦେବେ।

ଏହି ଅବସରରେ ପ୍ରମୁଖ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶର ସମ୍ଭାବନାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ । କୋଲ୍ ଗ୍ୟାସିଫିକେସନ୍ ଏବଂ ଏକ ସ୍ୱତନ୍ତ୍ର ବୃହତ୍ ରସାୟନ ଶିଳ୍ପ ପାର୍କର ପରିକଳ୍ପନା ମଧ୍ୟ ଏହି ନିବେଶ ଅଭିଯାନର ପ୍ରମୁଖ ଆକର୍ଷଣ ରହିବ । ଏହା ଓଡ଼ିଶାରେ ଶିଳ୍ପ ସମ୍ପ୍ରସାରଣ, ମୂଲ୍ୟଯୁକ୍ତ ଉତ୍ପାଦନ ଓ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ପଥକୁ ସୁଦୃଢ଼ କରିବା ଆଶା କରାଯାଉଛି ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |