• ନୂଆଁଖାଇ ଅବସରରେ ସମ୍ବଲପୁର ପାଇଁ ବଡ଼ ଭେଟି: ୫୦ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
  • ନୂଆଁଖାଇ ଅବସରରେ ସମ୍ବଲପୁର ପାଇଁ ବଡ଼ ଭେଟି: ୫୦ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
  • ନୂଆଁଖାଇ ଅବସରରେ ସମ୍ବଲପୁର ପାଇଁ ବଡ଼ ଭେଟି: ୫୦ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
  • ନୂଆଁଖାଇ ଅବସରରେ ସମ୍ବଲପୁର ପାଇଁ ବଡ଼ ଭେଟି: ୫୦ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
16 Sep, 2026

ନୂଆଁଖାଇ ଅବସରରେ ସମ୍ବଲପୁର ପାଇଁ ବଡ଼ ଭେଟି: ୫୦ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

ଆଜି ସମ୍ବଲପୁରର ପବିତ୍ର ମାଟିରେ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ସହ ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କ ଗହଣରେ ବିକାଶର ଏକ ନୂତନ ଅଧ୍ୟାୟ ଯୋଡ଼ିବାର ସୌଭାଗ୍ୟ ମିଳିଲା। ସମ୍ବଲପୁର ମାଟିର ଆତିଥେୟତା, ଅତ୍ମୀୟତା ଏବଂ ସଂସ୍କୃତିର ଗୌରବଗାଥା ମୋତେ ପ୍ରତିମୁହୂର୍ତ୍ତରେ ଜନସେବା ପାଇଁ ଏକ ନୂତନ ପ୍ରେରଣା ଯୋଗାଏ। ପବିତ୍ର ନୂଆଁଖାଇ ଅବସରରେ ସମ୍ବଲପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ପାଣିପାଗ ରାଡାର ସମେତ ପ୍ରାୟ ₹୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲି।

ଓଡ଼ିଶାର କଳା, ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ ସମ୍ବଲପୁର ଆମ 'ସମୃଦ୍ଧ ଓଡ଼ିଶା ୨୦୩୬' ସଂକଳ୍ପର ଅନ୍ୟତମ କେନ୍ଦ୍ରବିନ୍ଦୁ। ଶିଳ୍ପ, ଯୋଗାଯୋଗ, ପାନୀୟ ଜଳ ଓ ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରି ଆମ ସରକାର ଅଞ୍ଚଳର ଅଗ୍ରଗତି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଏକ ସମୃଦ୍ଧ, ସୁରକ୍ଷିତ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଆମେ ପ୍ରତିବଦ୍ଧ। ଆସନ୍ତୁ, ସମସ୍ତେ ମିଳିମିଶି ପ୍ରଗତିର ଏହି ସେବା ସଂକଳ୍ପ ଯାତ୍ରାରେ ଆଗେଇ ଚାଲିବା ଏବଂ ଏକ ସମୃଦ୍ଧ ସମ୍ବଲପୁର ସହ ଗୋଟିଏ ନୂତନ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଢ଼ିତୋଳିବା।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |