• AI ଓ ଡିଜିଟାଲ୍ ବିପ୍ଳବ ଆଡ଼କୁ ଓଡ଼ିଶା: HCLTech ଏବଂ ସର୍ବମ୍‍ AI ସହିତ ଐତିହାସିକ ବୁଝାମଣା
  • AI ଓ ଡିଜିଟାଲ୍ ବିପ୍ଳବ ଆଡ଼କୁ ଓଡ଼ିଶା: HCLTech ଏବଂ ସର୍ବମ୍‍ AI ସହିତ ଐତିହାସିକ ବୁଝାମଣା
  • AI ଓ ଡିଜିଟାଲ୍ ବିପ୍ଳବ ଆଡ଼କୁ ଓଡ଼ିଶା: HCLTech ଏବଂ ସର୍ବମ୍‍ AI ସହିତ ଐତିହାସିକ ବୁଝାମଣା
  • AI ଓ ଡିଜିଟାଲ୍ ବିପ୍ଳବ ଆଡ଼କୁ ଓଡ଼ିଶା: HCLTech ଏବଂ ସର୍ବମ୍‍ AI ସହିତ ଐତିହାସିକ ବୁଝାମଣା
24 Jul, 2026

AI ଓ ଡିଜିଟାଲ୍ ବିପ୍ଳବ ଆଡ଼କୁ ଓଡ଼ିଶା: HCLTech ଏବଂ ସର୍ବମ୍‍ AI ସହିତ ଐତିହାସିକ ବୁଝାମଣା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ଏକ ନୂଆ ଯୁଗରେ ପ୍ରବେଶ କରିବାକୁ ଯାଉଛି । ରାଜ୍ୟକୁ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଡିଜିଟାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଗ୍ଲୋବାଲ୍ ହବ୍‌ରେ ପରିଣତ କରିବା ପାଇଁ HCLTech ଏବଂ Sarvam AI ସହିତ ଏକ ଐତିହାସିକ ସହଭାଗୀତା ସ୍ୱାକ୍ଷରିତ ହୋଇଛି ।
ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୧୫,୦୦୦ କୋଟିରୁ ଅଧିକ ଟଙ୍କାର ନିବେଶ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟକୁ ଏକ ସାର୍ବଭୌମ AI କେନ୍ଦ୍ର ଭାବେ ଗଢ଼ି ତୋଳିବ।

🌟 ଏହି ବୁଝାମଣାର ମୁଖ୍ୟ ଆକର୍ଷଣ:

✅ ୭୩୦ କୋଟିର ନିବେଶ: ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ AI ଏବଂ ଡିଜିଟାଲ୍ ଇଞ୍ଜିନିୟରିଂ ଗ୍ଲୋବାଲ୍ ଡେଲିଭରି ସେଣ୍ଟର ପ୍ରତିଷ୍ଠା ହେବ।
✅ ପ୍ରଥମ AI ଡାଟା ସେଣ୍ଟର: Sarvam AI ସହଯୋଗରେ, ଓଡ଼ିଶାର ସାର୍ବଭୌମ AI ପାର୍କ ଅଧୀନରେ ଭାରତରେ HCLTech ର ପ୍ରଥମ AI ଡାଟା ସେଣ୍ଟର ଗଢ଼ାଯିବ ।
✅ ବିପୁଳ ନିଯୁକ୍ତି ସୁଯୋଗ: ୫,୦୦୦ ରୁ ଅଧିକ ଉଚ୍ଚ-କୁଶଳୀ ପ୍ରତ୍ୟକ୍ଷ ନିଯୁକ୍ତି ସହ ହଜାର ହଜାର ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
✅ ମଜବୁତ AI ଭିତ୍ତିଭୂମି: ସରକାର, ଗବେଷଣା ଅନୁଷ୍ଠାନ, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗଗୁଡ଼ିକୁ ସମର୍ଥନ କରିବା ପାଇଁ ଏକ ସୁରକ୍ଷିତ ଏବଂ ଆଧୁନିକ AI ଇକୋସିଷ୍ଟମ୍ ବିକଶିତ କରାଯିବ ।
✅ ‘ଓଡ଼ିଆ-ପ୍ରଥମ’ ନବସୃଜନ: ସ୍ୱଦେଶୀ AI ବିକାଶ, GCC, ଡିଜିଟାଲ୍ ରପ୍ତାନି ଏବଂ ଓଡ଼ିଆ ଭାଷା-କେନ୍ଦ୍ରିକ AI ଗବେଷଣାକୁ ବିଶେଷ ପ୍ରୋତ୍ସାହନ ମିଳିବ ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |