• ଏଲ୍‌ଆଣ୍ଡ୍‌ଟି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ଓ ଯୁବକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ

23 Oct, 2026

ଏଲ୍‌ଆଣ୍ଡ୍‌ଟି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ଓ ଯୁବକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଲ୍‌ଆଣ୍ଡ୍‌ଟି (L&T)ର କାର୍ଯ୍ୟାଳୟ ପରିଦର୍ଶନ କରି କମ୍ପାନୀର ପ୍ରମୁଖ ପ୍ରକଳ୍ପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଏଲ୍‌ଆଣ୍ଡ୍‌ଟିର ସିଏମ୍‌ଡି ଶ୍ରୀ ଏସ୍‌. ଏନ୍‌. ସୁବ୍ରହ୍ମଣ୍ୟନ କମ୍ପାନୀର ବିଶ୍ୱବ୍ୟାପୀ ଉପସ୍ଥିତି, କାର୍ଯ୍ୟପରିଚାଳନା ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଆ କର୍ମଚାରୀଙ୍କ ସହ ଭାବ ବିନିମୟ କରିବା ସହ ଏଲ୍‌ଆଣ୍ଡ୍‌ଟି ଗ୍ରୁପ୍‌ର ବିଭିନ୍ନ କମ୍ପାନୀର ମୁଖ୍ୟମାନଙ୍କ ସହ ନିବେଶର ସମ୍ଭାବନା ଏବଂ ଭବିଷ୍ୟତରେ ସହଯୋଗ ନେଇ ଆଲୋଚନା କରିଥିଲେ । ରାଜ୍ୟର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଏହି ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |