ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।
22 Jan, 2026

ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ସହାୟତା ରାଶି ପ୍ରଦାନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।
✅ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ହେଲେ ଉପକୃତ  
✅ DBT ମାଧ୍ୟମରେ ପ୍ରଦାନ କରାଗଲା ୩୧୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି
✅ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କଲେଣି ସରକାର 
ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ବିତୀୟ ଅବଶିଷ୍ଟ ଏବଂ ତୃତୀୟ କିସ୍ତି ପାଇନଥିବା ହିତାଧିକାରୀଙ୍କୁ ଏବଂ ନୂତନ ଭାବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି ।
"ବାର୍ଷିକ ୧୧ ହଜାର କୋଟି ଟଙ୍କାର ବ୍ୟୟବରାଦ  ହୋଇଥିବା “ସୁଭଦ୍ରା” ହେଉଛି ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ସର୍ବବୃହତ୍ ମହିଳା କୈନ୍ଦ୍ରିକ ଯୋଜନା, ଯେଉଁଥିରେ ୨୧ ରୁ ୬୦ ବର୍ଷ ବୟସର ୧ କୋଟିରୁ ଊର୍ଦ୍ଧ୍ଵ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ, ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ସେଇଥିପାଇଁ "ସୁଭଦ୍ରା” ଓଡ଼ିଶାର ସମସ୍ତ ମା' ଭଉଣୀଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଜ୍ଵଳନ୍ତ ନିଦର୍ଶନ।" :- ମାନ୍ୟବର ମୁଖ୍ୟମନ୍ତ୍ରୀ 

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |