ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ’ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
25 Apr, 2026

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ’ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଆଜି ‘ବିଶ୍ୱ ପ୍ରାଣିଚିକିତ୍ସା ଦିବସ’ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ପ୍ରାଣିଚିକିତ୍ସକମାନେ କେବଳ ପ୍ରାଣିସମ୍ପଦର ସୁରକ୍ଷା କରୁନାହାନ୍ତି, ବରଂ ସେମାନେ ଆମ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟର ଅସଲ ପ୍ରହରୀ। 
ଏହି ଅବସରରେ ରାଜ୍ୟର ପ୍ରାଣିଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୭୦ ରୁ ଊର୍ଦ୍ଧ୍ଵ ନୂତନ ପ୍ରାଣୀ ଚିକିତ୍ସାଳୟ ଗୃହ ଓ ୪ଟି ପ୍ରାଣିସମ୍ପଦ ସହାୟତା କେନ୍ଦ୍ରର ଲୋକାର୍ପଣ କରିଛି। ଏଥିସହ ୨୧୯ଟି ନୂତନ ପ୍ରାଣୀ ଚିକିତ୍ସାଳୟ ଓ ରୋଗ ନିର୍ଣ୍ଣୟ ପରୀକ୍ଷାଗାର ନିର୍ମାଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ପ୍ରାଣିରୋଗ ନିରୂପଣ ଓ ଖାଦ୍ୟର ମାନ ପରୀକ୍ଷାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଫୁଲନଖରାଠାରେ ଏକ ଅତ୍ୟାଧୁନିକ ମଲିକ୍ୟୁଲାର ଲ୍ୟାବୋରେଟୋରୀ ଓ ପଶୁ ଖାଦ୍ୟ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। କେବଳ ପଶୁସମ୍ପଦ ନୁହେଁ, ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ କସିଆ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଧାମରା ମାଛଧରା ବନ୍ଦରର ଉନ୍ନତିକରଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଆମର ଏହି ସମସ୍ତ ପ୍ରକଳ୍ପ ଚାଷୀ ଓ ପ୍ରାଣିପାଳକ ଭାଇଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ‘ସମୃଦ୍ଧ ଓ ବିକଶିତ ଓଡ଼ିଶା’ ଗଠନ ଦିଗରେ ଏକ ନୂତନ ଯୁଗର ଅୟମାରମ୍ଭ କରିବ। ଆମର ପ୍ରୟାସ ହେଉଛି ଓଡ଼ିଶାକୁ ପଶୁସମ୍ପଦ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା। ପ୍ରତ୍ୟେକ ପ୍ରାଣିଚିକିତ୍ସକ ଓ ପ୍ରାଣିପାଳକଙ୍କ ନିଷ୍ଠା ହିଁ ଏହି ସ୍ୱପ୍ନକୁ ସାକାର କରିବ।

ସଦ୍ୟ ସମାଚାର

ଅଧିକ...

ଯୋଗାଯୋଗ

ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ , ଲୋକସେବା ଭବନ, ସଚିବାଳୟ ମାର୍ଗ ,
ଭୁବନେଶ୍ୱର, ଓଡ଼ିଶା- ୭୫୧୦୦୧

ଅଭିଯୋଗ ପଞ୍ଜିକରଣ

ନାଗରିକଙ୍କ ଅଭିଯୋଗର ସମାଧାନ ଆମର ପ୍ରାଥମିକତା, ଆପଣ ନିଜ ସୁବିଧା ଅନୁସାରେ ଅଭିଯୋଗ ପଞ୍ଜୀକରଣ କରିପାରିବେ |